ବହୁଚର୍ଚ୍ଚିତ ପୁରୀ ଜିଲ୍ଲା କଣାସ ବୁଲେଟ୍ ଚଢେଇ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ ।

ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ପୁରୀ ଜିଲ୍ଲା କଣାସ ବୁଲେଟ୍ ଚଢେଇ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ । କଣାସ ଥାନା ଅନ୍ତର୍ଗତ ଗୋଲାବଜାରରେ ଦୋକନ୍ଦା ଗ୍ରାମର ମୃତ୍ୟୁଞ୍ଜୟ ଭାରିମଲ୍ଲଙ୍କୁ ମାଛକଟା ପନିକିରେ ହାଣିବା ପରେ ବୁଲେଟ୍ ଚଢ଼ାଇବା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ ହାପି ସୋମବାର ପୁରୀ ଜେଏମ୍ଏଫ୍ସି କୋର୍ଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିବା ପରେ ହାପିକୁ ଜେଲ୍ ପଠାଇଛି କୋର୍ଟ ।

ଏନେଇ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଆକ୍ରମଣ ପରେ ହାପି ରାୟପୁରରେ ଲୁଚିଥିଲା । ସେଠାରେ ପୋଲିସ୍‌ର ସ୍ୱତନ୍ତ୍ର ଟିମ୍ ଘନ ଘନ ଚଢ଼ଉ କରିଥିଲା । ବିକଳରେ ସେ କୋର୍ଟରେ ଆତ୍ମସମର୍ପଣ କରିଛି । ତାକୁ ରିମାଣ୍ଡରେ ଆଣିବା ପରେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ । ବର୍ତ୍ତମାନ ତାକୁ ରିମାଣ୍ଡରେ କେତେଦିନ ଅଣାଯିବ ତାହା କୌଣସି ଚୂଡ଼ାନ୍ତ ହୋଇନି । ହାପିକୁ ଜେରା ପରେ ଘଟଣାର ପର୍ଦ୍ଦାଫାସ ହେବ । ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତ ୨ ତାରିଖ ସକାଳେ ମୃତ୍ୟୁଞ୍ଜୟ ଗୋଲାବଜାରକୁ ମାଛ ଆଣିବା ଲାଗି ଆସିଥିଲେ । ତାଙ୍କୁ ହାପି ସମେତ ୭ ଜଣ ପନିକିରେ ହାଣିବା ପରେ ବୁଲେଟ୍ ଚଢ଼ାଇ ଦେଇଥିଲେ । ଏନେଇ ମୃତ୍ୟୁଞ୍ଜୟଙ୍କ ଭାଇ ସୌମ୍ୟରଞ୍ଜନ ମହାଳିକ କଣାସ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ୪ ତାରିଖରେ ୪ ଜଣଙ୍କୁ ଗିରଫ କରିଥିଲା । ଗତ ୯ ତାରିଖରେ ମୁଖ୍ୟ ଅଭିଯୁକ୍ତକୁ ରାୟପୁରର ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ବାନ୍ଧିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)