ଅକ୍ଷର ବ୍ୟୁରୋ: ପେଟ୍ରୋଲ-ଡିଜେଲ ଖର୍ଚ୍ଚ କମେଇବାକୁ ସମସ୍ତ ବିଭାଗକୁ ଚିଠି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ କାର୍ଯ୍ୟକ୍ରମରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବାକୁ ଦେଇଥିବା ନିର୍ଦ୍ଦେଶ ପରେ ଏନେଇ ଚିଠି କରିଛନ୍ତି ଉନ୍ନୟନ କମିଶନର । ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକସ୍ତରୀୟ କାର୍ଯ୍ୟାଳୟ, ସରକାରୀ ଓ ସରକାରୀ ସମର୍ଥିତ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସମିତି ଗୁଡିକରେ ନିର୍ଦ୍ଦେଶର କଡ଼ା ଅନୁପାଳନ ପାଇଁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ବୈଠକ ହ୍ରାସ କରିବା, ସରକାରୀ କାମରେ ଇଭି ଗାଡିର ବ୍ୟବହାର, କାର୍ ପୁଲିଂ କରିବା, ଦୂରସ୍ଥାନ ପରିଦର୍ଶନ ପାଇଁ ବସ୍ ଓ ଟ୍ରେନର ବ୍ୟବହାର କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରୀ କାର୍ଯ୍ୟକ୍ରମରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମ୍ କରିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ।













Leave a Reply