ଚଳିତ ମାସ ପ୍ରଥମରୁ ହ୍ରାସ ପାଇଲା ଏଲପିଜି ସିଲିଣ୍ଡରର ମୂଲ୍ୟ ।

ହ୍ରାସ ପାଇଲା ଏଲପିଜି ସିଲିଣ୍ଡରର ମୂଲ୍ୟ। ଚଳିତ ମାସ ଇଣ୍ଡିଆନ ଅଏଲ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ମେ’ମାସରେ ଅନେକ ନିୟମ ପରିବର୍ତ୍ତନ ହୋଇଛି । ସେହିପରି କିଛି ସାମଗ୍ରୀ ମହଙ୍ଗା ହୋଇଛି ତ କିଛି ଶସ୍ତା। ପ୍ରତି ମାସ ଆରମ୍ଭରେ ଏଲପିଜି ସିଲିଣ୍ତର ଦରରେ ପରିବର୍ତ୍ତନ ହୋଇଥାଏ। ଏହା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭ ଟଙ୍କା ହ୍ରାସ କରିଛି, ଯାହା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର।

ଦର ପରିବର୍ତ୍ତନ ପରେ ଦିଲ୍ଲୀରେ ୧୭୬୨ ଟଙ୍କାରେ ମିଳୁଥିବା ସିଲିଣ୍ଡର ଦର ଏବେ ୧୭୪୨ ଟଙ୍କାରେ ମିଳିବ। ନୂତନ ମୂଲ୍ୟ ଆଜିଠାରୁ ଲାଗୁ ହେବା ନେଇ ସୂଚନା ରହିଛି। ମୁମ୍ବାଇରେ ୧୬୯୬ ଟଙ୍କାରେ ସିଲିଣ୍ତର ମିଳିବ ସେହିପରି କୋଲକତାରେ ୧୮୫୧ ଟଙ୍କାରେ ଏବଂ ଚେନ୍ନାଇରେ ୧୯୦୪ ଟଙ୍କାରେ ସିଲିଣ୍ତର ମିଳିବା ନେଇ ସୂଚନା ରହିଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୮ ଏପ୍ରିଲରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ପରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କା ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial