ଏକା ସଙ୍ଗେ ୨୦୧ ଦମ୍ପତିଙ୍କ ସାମୂହିକ ବିବାହ; ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା ।

ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ମାଆ ତାରାତାରିଣୀଙ୍କ ପୀଠରେ ଯୋଜନାର କରିଛନ୍ତି ଶୁଭାରମ୍ଭ । ଏକା ସଙ୍ଗେ ୨୦୧ ଦମ୍ପତିଙ୍କ ସାମୂହିକ ବିବାହ କରାଯାଇଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା । ଏହି ୬୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କା ଡିବିଟି ମଧ୍ୟମରେ ସିଧା କନ୍ୟାଙ୍କ ଆକାଉଣ୍ଟକୁ ଯିବ । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ । ତେବେ ଏହି ଯୋଜନାରେ ବାଲ୍ୟ ବିବାହ ରୋକାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦମ୍ପତିମାନଙ୍କୁ ବ୍ୟାଙ୍କ ଚେକ୍ ପ୍ରଦାନ କରିଥିଲେ । ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବା ପୁନର୍ବିବାହକୁ ଉତ୍ସାହିତ କରିବା, ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଯୌତୁକ ପ୍ରଥା ରୋକିବ ଏହି ଯୋଜନା । ବର ଓ କନ୍ୟା ଓଡ଼ିଶାର ବାସିନ୍ଦା ହୋଇଥିଲେ, ମିଳିବ ଏହି ସୁବିଧା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)