ଅକ୍ଷର ବ୍ୟୁରୋ: ଓଡ଼ିଶା ପୋଲିସ ସେବାରେ ନିଯୁକ୍ତି ଏନେଇ ରାଜ୍ୟ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ (OUSSSC) ମାଧ୍ୟମରେ କରାଯିବ । ୪୨୧୯ ସିଭିଲ୍ କନଷ୍ଟେବଲ ଏବଂ ୨୨୧୨ OISF କନଷ୍ଟେବଲ ପଦବୀ ପୂରଣ ହେବ । ସେହିପରି ୩୦୦ କନଷ୍ଟେବଲ ଏବଂ ୯୩୩ ଏସଆଇ ପଦବୀ ପୂରଣ ହେବା ପାଇଁ ଚିଠି କରାଯାଇଛି । ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଆଶା ସୃଷ୍ଟି କରିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସଆଇ ଓ ଏସଆଇ ରାଙ୍କ ପଦବୀର ନିଯୁକ୍ତି ପୂର୍ବରୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ବା ଓପିଆରବି ଅଧିନରେ ଥିଲା କିନ୍ତୁ ବିଭିନ୍ନ କାରଣରୁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା । ବିଶେଷ କରି SI ପରୀକ୍ଷାରେ ବଡ଼ ଦୁର୍ନୀତି ପଦାକୁ ଆସିଲା ପରେ ସରକାର ସେହି ନିଯୁକ୍ତିକୁ ମଧ୍ୟ ଓୟୁଏସଏସଏସସି ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।













Leave a Reply