ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇସାରିଛି । ମେ ୨୬ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଏହି ଦିନ ଫର୍ମ ପୂରଣର ଶେଷ ତାରିଖ । ତେବେ ରେଗୁଲାର ପରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କ ଜରିଆରେ ଫର୍ମ ପୂରଣ କରିପାରିବେ । ୪୨୦ ଟଙ୍କା ଦେୟ ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କଥା ଦେଖିଲେ ୮ ହଜାର ୩୬୨ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସେହିପରି ୧୭ ହଜାର ୩୮୪ ପରୀକ୍ଷାର୍ଥୀ ଫେଲ୍ ହୋଇଥିଲେ । କେବେ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା- ତେବେ ଆସନ୍ତା ୨୬ ତାରିଖରେ ଫର୍ମ ପୂରଣ ଶେଷ ହେବା ପରେ ପରୀକ୍ଷା କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯିବ ବୋଲି କୁହାଯାଇଛି । ଚଳିତବର୍ଷ ପାସ୍ ହାର ରହିଛି ୯୪.୯୩%। ସବୁଥର ପରି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି ।
ଚଳିତବର୍ଷ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ୧୭ ହଜାର ୩୮୪ ଜଣ ଛାତ୍ରୀଛାତ୍ର ଫେଲ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ଥର A1 ଗ୍ରେଡ୍ରେ ୧୮୧୨ ଜଣ ରହିଥିବା ବେଳେ A2 ରେ ୧୨ ହଜାର ୨୦୦, B1ରେ ୩୮ ହଜାର ୮୩୧, B2ରେ ୮୪ ହଜାର ୯୭୧, Cରେ ୧ ଲକ୍ଷ ୩୩ ହଜାର ୮୨୨, Dରେ ୧ ଲକ୍ଷ ୪୬ ହଜାର ୧୫୪ ଓ E ଗ୍ରେଡ୍ରେ ୬୭ ହଜାର ୧୩ ଜଣ ପାସ କରିଛନ୍ତି । ଗଜପତିରେ ସର୍ବାଧିକ ଛାତ୍ରୀଛାତ୍ର ପାସ୍ କରିଥିବାବେଳେ କୋରାପୁଟରେ ସର୍ବନିମ୍ନ ଛାତ୍ରୀଛାତ୍ର ପାସ୍ କରିଛନ୍ତି। ଗଜପତି ଜିଲାରେ ପାସ୍ହାର ୯୯.୩୫% ହୋଇଥିବାବେଳେ କୋରାପୁଟରେ ପାସ୍ହାର ସର୍ବନିମ୍ନ ୯୨.୮୩% ରହିଥିବା ମନ୍ତ୍ରୀ କହିଛନ୍ତି











Leave a Reply