ସମ୍ବଲପୁର ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ସମ୍ବଲପୁର ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ହେଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସମ୍ବଲପୁର ଗସ୍ତରେ ଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରଯାଇଥିଲା । ଏବଂ ଏହି ଦାୟିତ୍ୱ ଦିଆଯାଇଥିଲା । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବାଲିରାମ ବଣ୍ଡାର ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଉପସ୍ଥିତ ଥିଲେ । ମନ୍ତ୍ରୀ କହିଛନ୍ତି, ‘ସମ୍ବଲପୁର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଗୌରବ ଓ ଦାୟିତ୍ୱର ଏକ ନୂଆ ଅଧ୍ୟାୟ । ସମ୍ବଲପୁର ଜିଲ୍ଲା ଜନସାଧାରଣଙ୍କ ଆଶା,ଆକ୍ଷାଂକ୍ଷା ଓ ସର୍ବାଙ୍ଗୀନ ଉନ୍ନତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବାକୁ ମୁଁ ସଂକଳ୍ପବଦ୍ଧ । ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦଳର ବରିଷ୍ଠ ନେତୃତ୍ୱଙ୍କ ଅନୁଗ୍ରହ,ବିଶ୍ୱାସ ତଥା ସହଗୋଗ ନିମନ୍ତେ ହୃଦୟରୁ କୃତଜ୍ଞତା ଜଣାଉଛି ‘।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)