ଆଜି ରିଆମାଳ ବ୍ଲକ ଲକ୍ଷ୍ମୀପୂଜା ମଣ୍ଡପ ଠାରେ ଦେବଗଡ଼ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଜନସାଧାରଣଙ୍କ ନିକଟରୁ ମୋଟ ୧୬ଟି ଅଭିଯୋଗ ଗ୍ରହଣ କରିବା ସହ ଯଥା ସମ୍ଭବ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଅଭିଯୋଗ କାରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ଆଦି ଅଭିଯୋଗ ଥିଲା। ଏହି ଶିବିରରେ ବିଧାୟକ ଶ୍ରୀ ବିଶ୍ଵାଳଙ୍କ ସହିତ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।












Leave a Reply