ପୁଣି ବିଜେଡିରେ ହଲଚଲ। ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନା। ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ବିଜେଡି ନେତା। ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା। ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ। ହେଲେ ଏବେ କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ନବୀନ ନିବାସରେ ପହଞ୍ଚି ମୁନ୍ନା ଖାଁ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି।
ଗତ ୫ ତାରିଖରେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟି ଗଠନ କରିଥିଲା। ଏହି କମିଟିରେ ଦିଲ୍ଲୀପ ତିର୍କୀଙ୍କୁ କନଭେନର୍ ଭାବେ ଦାୟିତ୍ୱ ଦିଆଯାଇଥିଲା। ଆଉ ସାଉଥ୍ ଜୋନ୍ କୋ-ଅର୍ଡିନେଟର୍ ଭାବେ ରହିଥିଲେ ସାଂସଦ ମୁନ୍ନା ଖାଁ। ହେଲେ ଏହି ଦାୟିତ୍ୱକୁ ନେଇ ସେ ଖୁସି ନଥିବା ଜଣାପଡିଛି। ଯେଉଁ କାରଣରୁ ସିଧା ନବୀନ ନିବାସ ଆସି, ସେ ନିଜର ଅସନ୍ତୋଷ ଜାହିର କରିବା ସହିତ, ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଓ୍ୱାକଫ୍ ବିଲକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବିଜେଡି ସାଂସଦ ମୁନ୍ନା ଖାଁ। ଦଳର କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବା ବେଳେ, ଏହି ବିଲକୁ ଖୋଲା ବିରୋଧ କରିଥିଲେ ମୁନ୍ନା ଖାଁ। ଏମିତି କି, ଏହି ପ୍ରସଙ୍ଗକୁ ନେଇ ବିଜେଡି ଭିତରେ ମଧ୍ୟ ଫାଟ ଦେଖିବାକୁ ମିଳିଥିଲା। ହେଲେ ଏବେ ପୁଣିଥରେ ସଙ୍ଗଠନରେ ଦାୟିତ୍ୱକୁ ନେଇ ପୁଣି ବିଜେଡିରେ ଦେଖିବାକୁ ମିଳିଛି ଅସନ୍ତୋଷ।











Leave a Reply