ଅକ୍ଷର ବ୍ୟୁରୋ: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୋଲିସ । ଚୌଦ୍ଵାର ଜେଲ୍ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ରିମାଣ୍ଡରେ ନିଆଯାଇଛି । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୋଲିସ । ଚୌଦ୍ୱାର ଜେଲ୍ରୁ ଫେରାର୍ ହୋଇ କର୍ଣ୍ଣାଟକ ମହୀଶୂର ଅଞ୍ଚଳର ଏକ ଗହଣା ଦୋକାନରେ କଳାକନା ବୁଲାଇଥିବା ବିହାରୀ ଅପରାଧୀ ରାଜା ସାହାଣୀ ପାଇଁ ବଢ଼ିଲା ଅଡ଼ୁଆ । ଗହଣା ଦୋକାନ ଲୁଟ୍ ମାମଲାରେ ଅଭିଯୁକ୍ତକୁ ଜେରା କରିବା ପାଇଁ କର୍ଣ୍ଣାଟକ ରାଜ୍ୟକୁ ନେବା ଲାଗି ମହୀଶୂର ପୋଲିସ କରିଥିବା ରିମାଣ୍ଡ ଆବେଦନକୁ କଟକ ଜେଏମ୍ଏଫ୍ସି-୧ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆଜି ଅଭିଯୁକ୍ତକୁ ମହୀଶୂର ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି । ଅଭିଯୁକ୍ତ ରାଜାକୁ ମହୀଶୂର ପୋଲିସ ଚୌଦ୍ୱାର ଜେଲ୍ରୁ ଆଣି ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଇବା ପରେ ନିଜ ରାଜ୍ୟକୁ ନେଇଯିବ ବୋଲି ସୂଚନା ମିଳିଛି । ଜେରା ସାରି ଆସନ୍ତା ୧୫ ତାରିଖରେ ପୁଣି ରାଜାକୁ ମହୀଶୂର ପୋଲିସ ଆଣି କୋର୍ଟରେ ହାଜର କରାଇବ ବୋଲି କଟକ କମିସନରେଟ୍ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୋଲିସ; ଏକ ଗହଣା ଦୋକାନରେ ଲୁଟି କରିଥିବା ନେଇ କରିବ ଜେରା ।











Leave a Reply