ନବମ ଥର ପାଇଁ ବିଜେଡି ସଭାପତି ହେଲେ: ନବୀନ ପଟ୍ଟନାୟକ, ବିଧିବଦ୍ଧ ଭାବେ ନାଁ ଘୋଷଣା ।

ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ ନକରି ଥିବାରୁ ପୁଣିଥରେ ନବୀନ ନିଦ୍ୱନ୍ଦରେ ସଭାପତି ହୋଇଛନ୍ତି। ଏନେଇ ଆଜି ଶଙ୍ଖଭବନରେ ବିଧିବଦ୍ଧ ଭାବେ ନବୀନଙ୍କୁ ବିଜେଡି ସଭାପତି ଭାବେ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ନବୀନଙ୍କ ନବମ ଇନିଂସ୍ ରେ ଦଳ ସମ୍ଭାଳିବା ଏକ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ଧରାଯାଉଛି।

ରାଜ୍ୟ ସଭାପତି ସହ ଦଳ ପକ୍ଷରୁ ବାକି ଥିବା ସାଂଗଠନିକ ଜିଲ୍ଲାଗୁଡ଼ିକର ସଭାପତି ମଧ୍ୟ ଘୋଷଣା କରାଯିବାର ସମ୍ଭାବନା ରହିଛି। ଏଥିସହ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ ବୋଲି ଜଣାପଡ଼ିଛି। ଏହାପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଆଦି ଛାମୁଆ ସଂଗଠନ କମିଟି ଗଠନ କରାଯିବ। ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବେ ବିରୋଧୀ ଆସନରେ। ସଂଗଠନରେ ଏଥର ଦଳ କାହାକୁ ଗୁରୁତ୍ୱ ଦେବ ଏବଂ କାହା ପତ୍ତା କଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)