ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଶଙ୍କରେଶ୍ୱରଠାରେ ଅଭାନୀୟ ଘଟଣା ଘଟିଛି । ଅଧରାତିରେ ମାମୁ ଘରେ ପଶି ମାଇଁର ଭଉଣୀକୁ ହାଣିଦେଲା ଭଣଜା । ରକ୍ତରେ ଭିଜିଗଲା ଘରର ଚଟାଣ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତ ଯୁବତୀ ହେଲେ ଲିଲିପ୍ରୀୟା ବେହେରା । ଆଉ ହତ୍ୟାକାରୀ ଭଣଜା ହେଉଛି ସ୍ମୃତି ରଞ୍ଜନ ସ୍ବାଇଁ । ତେବେ ଏହି ଘଟଣା କାହିଁକି ଘଟିଲା ଜଣାପଡ଼ିନାହିଁ । ସେପଟେ ହତ୍ୟାକାଣ୍ଡ ସ୍ଥଳରୁ ମାତ୍ର ୫୦ ମିଟର ଦୂରରେ ଏକ କେନାଲ ତଳୁ ଅଚେତ୍ ଅବସ୍ଥାରେ ଅଭିଯୁକ୍ତ ସ୍ମୃତିରଞ୍ଜନକୁ ପୋଲିସ ଉଦ୍ଧାର କରିଛି । ଆଉ ତା’କୁ ଏବେ ଗିରଫ କରି ପଚରାଉଚରା କରୁଛି । ଅଭିଯୁକ୍ତ ସ୍ମୃତି ରଞ୍ଜନଙ୍କ ଘର ଅସ୍ତରଂଗ ବେଗୁନିଆବସ୍ତ ଗାଁରେ । ସେ ପିଲାବେଳୁ ମାମୁ ଘରେ ରହୁଥିଲେ । ଅନ୍ୟପଟେ ମାଇଁଙ୍କ ଭଉଣୀ ମଧ୍ୟ ବି ରହୁଥିଲେ । ତେଣୁ କେଉଁ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ତା’ ପୋଲିସ ସ୍ପଷ୍ଟ କରିନାହିଁ ।
ଅଧରାତିରେ ମାମୁ ଘରେ ପଶି ମାଇଁର ଭଉଣୀକୁ ହାଣିଦେଲା ଭଣଜା !












Leave a Reply