ଅଞ୍ଚଳବାସୀଙ୍କ ଜଳ କଷ୍ଟ ଦୂର କରିବା ଲାଗି ପାଇପ ଯୋଗେ ପିଇବା ପାଇଁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ବ୍ରାହ୍ମଣୀ ନଦୀର ମନ୍ଦାର ଘାଟରେ ନିର୍ମାଣଧୀନ ‘ମେଗା ପାନୀୟ ଜଳପ୍ରକଳ୍ପ’ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଗଣ ଏବଂ ପ୍ରକଳ୍ପ ନିର୍ମାଣ କରୁଥିବା କମ୍ପାନୀର ପଦାଧିକାରୀଙ୍କ ଉପସ୍ଥିତିରେ ନିର୍ମାଣଧୀନ ପ୍ରକଳ୍ପର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରି ଧାର୍ଯ୍ୟ ସମୟ ସୀମାରେ ସମାପ୍ତ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଏହି କ୍ରମରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବ୍ରାହ୍ମଣୀ ନଦୀର ମନ୍ଦାର ଘାଟରୁ ଗଁଦିଆ ବ୍ଲକର ୨୯ ପଞ୍ଚାୟତ ଅନ୍ତର୍ଗତ ୧୬୬ ଗ୍ରାମର ୧ ଲକ୍ଷ ୫୨ହଜାର ୨୧ଜଣ, ସଦର ବ୍ଲକ ଅଧୀନ ୧୨ ପଞ୍ଚାୟତର ୪୬ ଗ୍ରାମର ୩୯ହଜାର ୧୨୫ଜଣ, ଭୁବନ ବ୍ଲକର ୧୮ ପଞ୍ଚାୟତ ଅନ୍ତର୍ଗତ ୧୦୭ ଗ୍ରାମର ୧ ଲକ୍ଷ ୨ହଜାର ୮୭ଜଣ ଏବଂ କାମାକ୍ଷାନଗର ବ୍ଲକର ୧୦ ପଞ୍ଚାୟତ ଅଧିନ ୪୮ ଗ୍ରାମର ୪୩ହଜାର ୨୬୧ଜଣ ଉକ୍ତ ପ୍ରକଳ୍ପରୁ ଉପକୃତ ହୋଇପାରିବେ। ପିଇବା ପାଣି ନେଇ ଯେଉଁ ସମସ୍ୟାର ସମ୍ମୁଖିନ ହେଉଥିଲେ ତାହା ବହୁତ ଜଲଦି ଦୂର ହେବ ବୋଲି ମନ୍ତ୍ରୀ କହିଛନ୍ତି।











Leave a Reply