ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର ଧିରପାଟଣା ଗାଁ କୃଷ୍ଣପ୍ରସାଦ ଉଚ୍ଚବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କୁ ହକି ପ୍ରଶିକ୍ଷଣ ଦେବା ପାଇଁ ସୋମବାର ହକି ଦଳ ଗଠନ ହେବା ସହ ପ୍ରଶିକ୍ଷଣର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥିଭାବେ ରୋଟାରି କ୍ଲବର ପୂର୍ବତନ ସଭାପତି ତଥା ବରିଷ୍ଠ ହକି ଖେଳାଳୀ ହର୍ଷବର୍ଦ୍ଧନ ସିଂଦେଓ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ସ୍କୁଲ ସ୍ତରରୁ ପ୍ରଶିକ୍ଷଣ ହିଁ ଭଲ ଖେଳାଳୀ ସୃଷ୍ଟି କରିପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସିଂଦେଓ କହିଥିଲେ। ଏହାସହ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ ଯୋଗଦେଇ ଏ ଅଞ୍ଚଳରେ ହକି ସମେତ ଅନ୍ୟ ଖେଳର ଉନ୍ନତି ପାଇଁ ଷ୍ଟାଡିୟମର ଆବଶ୍ୟକତା ରହିଛି ଯାହା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆନ୍ତର୍ଜାତିକ ଖୋଖୋ ଖେଳାଳି ରଞ୍ଜନ କୁମାର ସାହୁ ପାଠ ସମେତ ଖେଳର ଗୁରୁତ୍ୱ ସର୍ମ୍ପକରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଢେଙ୍କାନାଳ ଜିଲ୍ଲାର ଖେଳ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ବେହେରା ପିଲାମାନଙ୍କ ପାଇଁ ସମସ୍ତ ଖେଳ ଉପକରଣ ଯୋଗାଇଦେବେ ବୋଲି କହିଥିଲେ।
ଅନ୍ୟପଟେ, ମୁଖ୍ୟ ଅତିଥି ହର୍ଷବର୍ଦ୍ଧନ ସିଂଦେଓ ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକଙ୍କ ସମେତ ଆଇନ ମହାବିଦ୍ୟାଳୟର ଖେଳ ପ୍ରଶିକ୍ଷକ ପର୍ଶୁରାମ ମିଶ୍ର, ଶଙ୍କରପୁର ମଣ୍ଡଳ ସଭାପତି ସୁଶୀଳ କୁମାର ରାଉତ, ଧିରପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତାପ କୁମାର ସ୍ୱାଇଁ, ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଞ୍ଜନ ସ୍ୱାଇଁ ଏବଂ କାମଧନକୋଟ ହାଇସ୍କୁଲ ପ୍ରଧାନ ଶିକ୍ଷକ ମଧ୍ୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ।












Leave a Reply