ନୂତନ ରାସନ କାର୍ଡ ବଣ୍ଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂତନ ରାସନ କାର୍ଡ ବଣ୍ଟନ ନିମନ୍ତେ ଢେଙ୍କାନାଳ ସଦର ବ୍ଲକ ସମ୍ମିଳନୀରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୬ ଲକ୍ଷ ହିତାଧିକାରୀଙ୍କ ପାଇଁ ନୂତନ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥା ଲୋକଙ୍କ ଖାଦ୍ୟ ନିରାପତ୍ତା ଦିଗରେ ବଳିଷ୍ଠ ପଦକ୍ଷେପ। ତେଣୁ ଧାଡ଼ିର ଶେଷରେ ଥିବା ହିତାଧିକାରୀଙ୍କ ପାଖରେ ଉତ୍ତମ ସରକାରୀ ସେବା ପହଞ୍ଚିବା ଲକ୍ଷ ନେଇ ଢେଙ୍କାନାଳ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଏକାଧିକ ନିର୍ବାଚିତ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ପଡ଼ି କାର୍ଡ ବଣ୍ଟନ ମେଳାରେ ଯୋଗଦେଇ ସଦର ପଞ୍ଚାୟତ ସମିତି ଅଧିନ ବିଭିନ୍ନ ପଞ୍ଚାୟତର ଶତାଧିକ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିଥିଲେ।

ଗତ କାଲି ମଧ୍ୟ ଜଗତସିଂହପୁର ଜିଲ୍ଲା ଅଧିନ ତିର୍ତ୍ତୋଲ ପଞ୍ଚାୟତ ସମିତି ସମ୍ମିଳନୀରେ ଯୋଗ ଦେଇଥିଲେ। ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ତଥା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ନୂଆ ରଙ୍ଗୀନ ରାସନ କାର୍ଡ ପ୍ରଦାନ କରିବା ପାଇଁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେଠି ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)