ପ୍ରଶାନ୍ତ ଶତପଥୀଙ୍କ ଘରେ NIA ଟିମ୍: ତଥ୍ୟ ସଂଗ୍ରହ ପାଇଁ ବାଲେଶ୍ୱରରେ ପହଞ୍ଚିଛି NIA

ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ଘରେ NIA ଟିମ୍ । NIAର ୩ ଜଣିଆ ଟିମ୍ ବାଲେଶ୍ୱର ଈସାଣୀ ଗାଁରେ ପହଞ୍ଚିଛି। ପହଲଗାମ୍ ଆତଙ୍କୀ ମାମଲାର ଅଧିକ ତଥ୍ୟ ସଂଗ୍ରହ କରୁଛି NIA। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଛନ୍ତି ପ୍ରଶାନ୍ତଙ୍କ ପତ୍ନୀ ଓ ନାବାଳକ ପୁଅ। କେଉଁ ସମୟରେ ଏହି ଘଟଣା ଘଟିଲା? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ? କେଉଁ ଦିଗରୁ ଆସିଥିଲେ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ? ଆକ୍ରମଣ ସମୟରେ କଣ କହି ମାରୁଥିଲେ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା? କେତେ ସମୟ ଧରି ସେମାନେ ଆତଙ୍କ ଖେଳାଇଥିଲେ? ସେହି ସମୟରେ ସ୍ଥାନୀୟ ଲୋକ ବା ଦୋକାନୀମାନଙ୍କ ବ୍ୟବହାର କେମିତି ଥିଲା? ଏମିତି ଅନେକ ପ୍ରଶ୍ନ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛି NIA ଟିମ୍।

ଏହି ଘଟଣାର ତଦନ୍ତ NIA କରୁଥିବାରୁ ବାଲେଶ୍ୱରରେ ଆସି ପହଞ୍ଚିଛି। ଏହି ପଚରାଉଚରାରୁ NIA କୁ ଆତଙ୍କବାଦୀଙ୍କ ସଂପର୍କରେ ଅଧିକ ତଥ୍ୟ ବା କିଛି ସୁରାକ୍ ମଧ୍ୟ ମିଳିପାରେ। ଆତଙ୍କବାଦୀଙ୍କ ଏହି ବର୍ବରୋଚିତ କାଣ୍ଡକୁ ନିଜ ଆଖିରେ ଦେଖିଛନ୍ତି ମୃତ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)