ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେ କହିଛନ୍ତି ଯେ, ବକେୟା ବିଲ୍ ପ୍ରଦାନ ନକରି ଥିଲେ ବି ବିଦ୍ୟୁତ କାଟ୍ ହେବନି । କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ ।

ସେ ଆହୁରି କହିଛନ୍ତି ଯେ, କାଳବୈଶାଖୀରେ ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ବି ଯଥାସମ୍ଭବ ସମାଧାନ ହେଉଛି । ଆଜି ରାଜ୍ୟରେ ତାପାମତ୍ରା ସବୁଠୁ ଉଚ୍ଚରେ ରହିଛି । ଦିନ ସାଢେ ୧୧ଟାରେ ୪୨ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି । ଏହି ତାପମାତ୍ରା ସକାଳ ସାଢେ ୮ଟାରେ ସର୍ବାଧିକ ୩୪ ଡିଗ୍ରୀ ମପାଯାଇଥିଲା । ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟୁତ କାଟ୍ ନକରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)