NTA ପକ୍ଷରୁ NEET-UG ପରୀକ୍ଷା ତାରିଖ ଘୋଷଣା; ଜୁନ ୨୧ରେ ପୁନଃ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ।

ଅକ୍ଷର ବ୍ୟୁରୋ: NTA ପକ୍ଷରୁ NEET-UG ପରୀକ୍ଷା ତାରିଖ ଘୋଷଣା । ଜୁନ ୨୧ରେ ହେବ NEET-UG ପରୀକ୍ଷା । ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ୍ କରି ତାରିଖ ଘୋଷଣା କରିବା ସହ ନିଟ୍ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଏବଂ ସାଧୁତା ବଜାୟ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି । ସେ କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ପାଇଁ ସରକାର ସମ୍ଵେଦନଶୀଳ । ପିଲାଙ୍କ ଭବିଷ୍ୟତ ନେଇ ଆମେ ଚିନ୍ତିତ । ଅଯୋଗ୍ୟ ପାସ୍ କରନ୍ତୁ ଆମେ ଚାହୁଁନାହୁଁ । ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପରୀକ୍ଷାକୁ ବାତିଲ କରିବା ସହ ଜୁନ ୨୧ ତାରିଖରେ ପୁନଃ ପରୀକ୍ଷା ପାଇଁ ଧାର୍ଯ୍ୟ କରିଛନ୍ତି । ଶିକ୍ଷା ମାଫିଆଙ୍କ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ। 

ସୂଚନାନୁଯାୟୀ, ଗତ ମେ’ ୩ ତାରିଖରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେ’ ୭ରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପାଖରେ ଏକ ଅଭିଯୋଗ ପହଞ୍ଚିଥିଲା । ଅଭିଯୋଗ ଅନୁଯାୟୀ, ବଜାରରେ ଉପଲବ୍ଧ ଏକ ‘ଗେସ୍ ପେପର’ ର ପ୍ରଶ୍ନ ସହ ମୂଳ ପ୍ରଶ୍ନପତ୍ରର ସାମଞ୍ଜସ୍ୟ ରହିଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ତୁରନ୍ତ ତଦନ୍ତ କରାଯାଇ ସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ମେ’ ୧୨ ତାରିଖ ସୁଦ୍ଧା ରାଜ୍ୟ ଏଜେନ୍ସିଗୁଡ଼ିକ ସହ ଯୋଗାଯୋଗ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ, ‘ଗେସ୍ ପେପର’ ଆଳରେ ପ୍ରକୃତ ପ୍ରଶ୍ନପତ୍ର ହିଁ ଲିକ୍ କରାଯାଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)