ଓଡ଼ିଶା ବନ୍ଦ ନେଇ ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ

ଓଡ଼ିଶା ବନ୍ଦ ନେଇ ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୋଲିସ। ଯୋଗାଯୋଗ ପାଇଁ ହେଲ୍‌ପ ଲାଇନ ନଂ- ୦୬୭୪ ୨୫୪୩୫୪୧ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାକୁ ପରାମର୍ଶ । ହେଲ୍‌ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ। କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳର ଆଜି ଓଡିଶା ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ଲୋକେ ।

ବ୍ୟାଙ୍କ, ଦୋକାନ ବଜାର, ରାସ୍ତା ସବୁ ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ, ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ, କେତେ ସମସ୍ୟା ଭୋଗନ୍ତି ଲୋକେ ।

ପ୍ରାୟ ଅନେକ ଦିନ ପରେ ପୁଣି ଥରେ ସାରା ଓଡିଶାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ହୁଏତ ବିଗତ ବର୍ଷ କିମ୍ବା ବିଗତ ଦିନମାନଙ୍କରେ ବିରୋଧୀମାନେ ନିଜ ଭୂମିକାକୁ ପ୍ରଭାବୀ ଢଙ୍ଗରେ ପରିଚାଳିତ କରିପାରିନଥିବେ କିମ୍ବା କଂଗ୍ରେସ ବର୍ତ୍ତମାନ ପରି ପୂର୍ବରୁ ଏଭଳି ବନ୍ଦ ପାଇଁ ବଳ ଗୋଟାଇ ପାରିନଥିବ । ତାର କାରଣ ତର୍ଜମା କଲେ ଅନେକ ଦିଗ ଆସିବ । ନେତୃତ୍ବ ଠାରୁ ଆରମ୍ଭ କରି କଂଗ୍ରେସ ଭିତରେ ଫାଟ ହିଁ ଦଳର ବଳକୁ କମାଇବାର ଅନେକ ଥର ଦେଖିବାକୁ ମିଳିଛି । ମାତ୍ର ଏବେ କଂଗ୍ରେସ ପୂର୍ବପରି ଓଡିଶାରେ ନାହିଁ । ହାତ ଏବେ ଶକ୍ତିଶାଳୀ ହେଉଛି, ସରକାରଙ୍କୁ ଘେରିବାକୁ କଂଗ୍ରେସ ଆକ୍ରମଣାତ୍ମକ ମୁଦ୍ରାରେ ସଦା ପ୍ରସ୍ତୁତ ରହୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)