ଅକ୍ଷର ବ୍ୟୁରୋ: ରାଜ୍ୟରେ ତେଲ ସଙ୍କଟ ଚାଲିଥିବା ବେଳେ ଏପଟେ ବୃଦ୍ଧି ହେଲା ତେଲ ଦର । ୩ ଟଙ୍କା ଲେଖାଏଁ ବଢିଲା ପେଟ୍ରୋଲ, ଡିଜେଲ୍ ଦର । CNG ଦର ବି ୨ ଟଙ୍କା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୧୦୪ ଟଙ୍କା ପାର ହୋଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ପାର୍ ହୋଇଛି । ଦିଲ୍ଲୀରେ ୯୪ ଟଙ୍କାରୁ ୯୭ ଟଙ୍କାକୁ ବଢ଼ିଲା ପେଟ୍ରୋଲ, ଡିଜେଲ ଦର ୯୦ ଟଙ୍କା ପାର । ସେହିଭଳି କୋଲକାତାରେ ପେଟ୍ରୋଲ ୧୦୮.୭୪ ଟଙ୍କା, ମୁମ୍ବାଇରେ ୧୦୬.୬୮ଟଙ୍କା, ଚେନ୍ନାଇରେ ୧୦୩.୬୭ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର । ଏବଂ ଡିଜେଲ୍ ଦର କୋଲକାତାରେ ୯୫.୧୩, ମୁମ୍ବାଇରେ ୯୩.୧୪, ଚେନ୍ନାଇରେ ୯୫.୨୫ ଟଙ୍କାରେ ପହଞ୍ଚିଛି ।
ରାଜ୍ୟରେ ବୃଦ୍ଧି ହେଲା ତେଲ ଦର; ୩ ଟଙ୍କା ଲେଖାଏଁ ବଢିଲା ପେଟ୍ରୋଲ, ଡିଜେଲ୍ ଦର ।












Leave a Reply