ଭାରତ ଆକ୍ରମଣର ପ୍ରତିଶୋଧ ନବାକୁ ଯାଇ ଭାରତର ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କଲା ପାକିସ୍ତାନ।

ମଙ୍ଗଳବାର ମଧ୍ୟରାତ୍ରୀରେ ଭାରତର ଏୟାରଷ୍ଟ୍ରାଇକ ଆକ୍ରମଣ ପରେ, ପାକିସ୍ତାନ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ପକ୍ଷରୁ ଭାରତର ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ୩୨ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହାର ଅର୍ଥ ହେଉଛି ଏବେଠାରୁ, ଏହି ୟୁଟ୍ୟୁବ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ସେଠାରେ ଚାଲିବ ନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଭାରତ ଆକ୍ରମଣର ପ୍ରତିଶୋଧ ନବାକୁ ଯାଇ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ, ପାକିସ୍ତାନର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି (ପିଟିଏ) ଦ୍ୱାରା ୧୬ଟି ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍, ୩୧ଟି ୟୁଟ୍ୟୁବ୍ ଲିଙ୍କ୍ ଏବଂ ୩୨ଟି ୱେବସାଇଟ୍ ବ୍ଲକ୍ କରିବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନରେ ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ପରିବେଶ ବଜାୟ ରଖିବା ପାଇଁ ପିଟିଏ ପ୍ରତିବଦ୍ଧ। ପିଟିଏ ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ବିପଦରେ ପକାଇଥିବା ଯେକୌଣସି ବିଷୟବସ୍ତୁ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ସପ୍ତାହରେ ଭାରତ ମଧ୍ୟ ପାକିସ୍ତାନର କେତେକ ଏକ୍ସ ହାଣ୍ଡଲ, ୟୁଟ୍ୟୁବ ଚ୍ୟାନେଲ ଓ ଓ୍ୱବସାଇଟକୁ ନିଷିଦ୍ଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)