ରାଜ୍ୟର ସବୁ ସହରାଞ୍ଚଳ ପାଇଁ ପିଏନଜି ସଂଯୋଗ ବାଧ୍ୟତାମୂଳକ; ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ରାଜ୍ୟର ସବୁ ସହରାଞ୍ଚଳ ପାଇଁ ପିଏନଜି ସଂଯୋଗ ବାଧ୍ୟତାମୂଳକ । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍‌ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ବି ପିଏନଜି ସୁବିଧା ପାଇବେ ।

ତେବେ ଗ୍ରାମାଞ୍ଚଳ ପାଇଁ ଏଲପିଜି ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ । ଗ୍ୟାସ୍ କଳାବଜାରୀ ରୋକିବାକୁ ଇ-କେଓ୍ବାଇସି ବ୍ୟବସ୍ଥା ଆପଣାଯିବ । ଇ-କେଓ୍ବାଇସି ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ୍ ନେଇପାରିବେନି । ତେବେ ଯେଉଁମାନେ ପିଏନଜି ସଂଯୋଗ ନେଇଛନ୍ତି, ସେମାନଙ୍କୁ ଏଲପିଜି ମନା ବୋଲି ମନ୍ତ୍ରୀ କହିଛନ୍ତି । ୩ ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ସହରାଞ୍ଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)