ବଲାଙ୍ଗିର ଜିଲ୍ଲାର ବାଲିଘାଟ ଉପରେ ଚଢାଉ କଲା ପୋଲିସ୍ ।

ଅକ୍ଷର ବ୍ୟୁରୋ: ରାତି ଅଧରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବାଲିଘାଟ ଉପରେ ଚଢାଉ କଲା ପୋଲିସ୍ । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଈଶାଳୱାର ଓ ଏସପି ଅଭିଳାଷ ଜି ବିଭିନ୍ନ ବାଲି ଘାଟରେ ଚଢାଉ କରିଥିଲେ । ବେଆଇନ ବାଲି ଚୋରଚାଲାଣ କରୁଥିବା ୯ଟି ହାଇୱା ଟ୍ରକ ଦୁଇଟି ଜେସିବି ମେସିନକୁ ସିଜ କରିଛି ପୋଲିସ ପ୍ରଶାସନ । ଏହା ସହିତ କିଛି ଡ୍ରାଇଭରଙ୍କୁ ଗିରଫ କରିଛି । ବାଲି ମାଫିଆମାନଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ । ବାଲି ମାଫିଆଙ୍କ ବିରୋଧରେ ପୋଲିସ ପ୍ରଶାସନର ମିଡ଼ ନାଇଟ ଅପରେଶନ ପରେ ମାଫିଆଙ୍କ ଛାତି ଧଡ଼ ଧଡ଼ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)