ଅକ୍ଷର ବ୍ୟୁରୋ: ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପୋଲିସ ମୈନପୁର ଥାନା ବଡ଼େଗୋବ୍ରାର ଜଙ୍ଗଲ ପାହାଡିଆ ଅଞ୍ଚଳରେ ମାଓବାଦୀମାନେ ଫୋପାଡ଼ି ଦେଇଥିବା ଲାପଟପ୍, ମୋବାଇଲ୍ ଫୋନ୍, ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଛି । ବହୁ ପରିମାଣରେ ଫିଙ୍ଗି ଦିଆଯାଇଥିବା ନଗଦ ୪୬ ଲକ୍ଷ ୩୧ ହଜାର ୫୦୦ ଟଙ୍କା, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଗୁଳି, ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି ।
ଗରିଆବନ୍ଦ ଜିଲ୍ଲାରେ ସରକାରଙ୍କ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା ପରେ ଜଣାପଡିଥିଲା ଯେ, ନିଷିଦ୍ଧ ସଂଗଠନ ସିପିଆଇ ମାଓବାଦୀଙ୍କ ଧମତାରି ଗରିଆବନ୍ଦ-ନୂଆପଡାର ଶୀର୍ଷ ନେତାମାନେ ଜଙ୍ଗଲ ଓ ପାହାଡ଼ି ଅଞ୍ଚଳରେ ଏଗୁଡିକୁ ରଖିଥିଲେ । ଗତ ଦୁଇ ବର୍ଷ ଧରି ଗରିଆବନ୍ଦ ଜିଲ୍ଲା ପୋଲିସ ଦ୍ୱାରା କରାଯାଇଥିବା ନକ୍ସଲ ନିପାତ ଅଭିଯାନ ଏବଂ ସରକାରଙ୍କ ପୁନର୍ବାସ ଯୋଜନାର ପ୍ରଚାର ଚାଲିଛି । ଫଳରେ ଗରିଆବନ୍ଦ-ଧମତାରି ଅଞ୍ଚଳରେ ସକ୍ରିୟ ଧାମତାରି ଗରିଆବନ୍ଦ-ନୂଆପଡା ଡିଭିଜନର ସମସ୍ତ ତାଲିକାଭୁକ୍ତ ମାଓବାଦୀଙ୍କୁ ନିପାତ କରିବା ଏବଂ ଆତ୍ମସମର୍ପଣ କରିବାରେ ସଫଳତା ମିଳୁଛି ।












Leave a Reply