ଜଳ, ସ୍ଥଳ ଓ ଆକାଶ ସବୁଆଡୁ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ଭାରତ

ଜଳ, ସ୍ଥଳ ଓ ଆକାଶ ସବୁଆଡୁ ପାକିସ୍ତାନକୁ ଘେରିବାକୁ ଭାରତର ପ୍ରସ୍ତୁତି ।  ଗୋଟିଏ ପଟେ ଆରବ ସାଗରରେ ନୌସେନାର ଜୋରଦାର ସମରଭ୍ୟାସ ଏପଟେ ବାୟୁସେନାର ବଢ଼ିଲା ବଳ । ରାଫେଲ ଯୁଦ୍ଧ ବିମାନରେ ଲାଗିବ ଶକ୍ତିଶାଳୀ ବ୍ରହ୍ମୋସ୍ ମିଜାଇଲ୍ । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବ ବ୍ରହ୍ମୋସ୍ ମିଜାଇଲ । ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ସହ ତିକ୍ତତା ଚରମରେ ପହଞ୍ଚିଛି । ଆଉ ଏତିକିବେଳେ ରାଫେଲର ଆକ୍ରମଣ କ୍ଷମତା ବଢ଼ାଇଛି ଭାରତୀୟ ନୌସେନା । ବ୍ରହ୍ମୋସ୍ ସୁପର ସୋନିକ୍ ମିଜାଇଲର ଛୋଟ ଭର୍ସନ ଏବେ ରାଫେଲରେ ମୁତୟନ ରହିବ । ଶତ୍ରୁଙ୍କୁ ମାତ ଦେବାକୁ ରାଫେଲର କ୍ଷମତା ବଢ଼ାଯାଇଛି । 
 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial