ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିକୁ ନେଇ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅକ୍ଷର ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱ ଅର୍ଥନୀତିରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ଜାରି କରିଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ଦେଶପ୍ରେମର ପରିଭାଷା ବୁଝାଇ ଏବଂ ଏକଜୁଟ ହୋଇ ରହିବା ପାଇଁ ସେ କହିଛନ୍ତି ଯେ, “ଦେଶପ୍ରେମ କେବଳ ଦେଶ ପାଇଁ ମରିବା ନୁହେଁ, ବରଂ ଦେଶ ପାଇଁ ବଞ୍ଚିବା”। ତେଣୁ ଏହିଭଳି ପରିସ୍ଥିତିରେ କିପରି ଚଳିବା ସେ ନେଇ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଗୁଡିକ ହେଉଛି, ବିଦେଶ ଯାତ୍ରା ଓ ସୁନା କିଣା: ଅତିକମରେ ବର୍ଷେ ପର୍ଯ୍ୟନ୍ତ ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏବଂ ସୁନା ଗହଣା କିଣନ୍ତୁ ନାହିଁ । ପେଟ୍ରୋଲ ଓ ଡିଜେଲର ବ୍ୟବହାର ଯଥାସମ୍ଭବ କମ କରନ୍ତୁ । ନିଜସ୍ୱ ଗାଡ଼ି ପରିବର୍ତ୍ତେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବା ମେଟ୍ରୋର ଉପଯୋଗ କରନ୍ତୁ । ‘କାର ପୁଲ୍’ ବ୍ୟବସ୍ଥାକୁ ଆପଣାନ୍ତୁ । ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ପାଇଁ ବିଦ୍ୟୁତ ଚାଳିତ ଗାଡ଼ି (EV) ବ୍ୟବହାର କରନ୍ତୁ । ସେହିଭଳି ଅଫିସ୍ ଯାତାୟାତ କମାଇବା ପାଇଁ ‘ୱାର୍କ ଫ୍ରମ୍ ହୋମ୍’, ଭର୍ଚୁଆଲ୍ ମିଟିଂ ଏବଂ ଅନଲାଇନ କନଫରେନ୍ସିଂକୁ ପ୍ରାଥମିକତା ଦିଅନ୍ତୁ । ଦୈନନ୍ଦିନ ଖାଦ୍ୟରେ ତେଲ ବ୍ୟବହାର କମ କରନ୍ତୁ । କୃଷି କ୍ଷେତ୍ରରେ ରାସାୟନିକ ସାର ବଦଳରେ ଜୈବିକ ପଦ୍ଧତି ଆପଣାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରୀ ପଠାଇବା ପାଇଁ ସଡ଼କ ପଥ ପରିବର୍ତ୍ତେ ରେଲୱେ ଗୁଡ୍ସ ଟ୍ରେନର ସହାୟତା ନେବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial