ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡକୁ ଗୁଳି କରି ହତ୍ୟା; ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ଏନକାଉଣ୍ଟର ।

ଅକ୍ଷର ବ୍ୟୁରୋ: ଫେବୃଆରୀ ୧୪, ୨୦୧୯ରେ ହୋଇଥିବା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ । ପୁଲୱାମା ଆତଙ୍କୀ ହମଲାର ମୁଖ୍ୟ ହମଜା ବୁରହାନକୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନ ଅଧିକୃତ କାଶ୍ମୀର(PoK)ରେ ଆତଙ୍କବାଦୀ ହାମଜା ବୁରହାନକୁ ଗୁଳି କରି ହତ୍ୟା କରିଛନ୍ତି କିଛି ଅଜ୍ଞାତ ବନ୍ଧୁକଧାରୀ । ତାକୁ ଟାର୍ଗେଟ୍ କରି ଏହି ଏନକାଉଣ୍ଟର କରିଛନ୍ତି । ପୁଲୱାମା ଆକ୍ରମଣରେ ୪୦ ଭାରତୀୟ ସେନା ଶହୀଦ ହୋଇଥିଲେ । ଏହି ଆତଙ୍କୀ ହମଲା ଦେଶକୁ ଦୋହଲାଇ ଦେଇଥିଲା । ପାକିସ୍ତାନରେ ନିଜକୁ ଜଣେ ଶିକ୍ଷକ ଭବେ ପରିଚୟ ଦେଇଥିଲା ଆତଙ୍କବାଦୀ ହାମଜା । ରିପୋର୍ଟ ଅନୁଯାୟୀ, ମୁଜାଫରାବାଦରେ ଆତଙ୍କବାଦୀ ହମଜା ବୁରହାନଙ୍କୁ ଜଣେ ଅଜଣା ବ୍ୟକ୍ତି ଗୁଳି କରିଥିଲେ । ପାକ୍ ଅଧିକୃତ କାଶ୍ମୀରରେ ଥିବା ତାର କାର୍ଯ୍ୟାଳୟରେ ବସିଥିବାବେଳେ ହମଜା ବୁରହାନ ଉପରେ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ହି ଆଖି ବୁଜିଥିଲା ପୁଲୱାମା ମାଷ୍ଟରମାଇଣ୍ଡ ।

ଏହି ଆକ୍ରମଣରେ ତା’ଶରୀରରେ ଏକାଧିକ ଗୁଳି ବାଜିଛି । ହାମଜାର ପ୍ରକୃତ ନାଁ ‘ଅର୍ଜୁମନ୍ଦ ଗୁଲଜାର ଡାର୍’ ଏବଂ ସେ ମୂଳ ଭାରତୀୟ କାଶ୍ମୀରର ପୁଲୱାମାର ବାସିନ୍ଦା ଥିଲା । ସେ ପିଓକେ ଅଞ୍ଚଳରେ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ତାଲିମ ଦେଉଥିଲା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା । ହମଜା ବୁରହାନ ପୁଲୱାମାର ରତ୍ନିପୋରାର ବାସିନ୍ଦା ଥିଲା ଏବଂ ୨୦୧୭ରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବା ପାଇଁ ପାକିସ୍ତାନ ଯାଇଥିଲା । ୨୦୧୯ ପୁଲୱାମା ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ CRPF ଯବାନ ଶହୀଦ ହୋଇଥିଲେ । ଏହି ଆକ୍ରମଣ ପଛରେ ହାମଜାର ପ୍ରମୁଖ ହାତ ଥିଲା । ସେ ଭାରତର ସୁରକ୍ଷା ବାହିନୀ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଥିଲା । ତେଣୁ ୨୦୨୨ ମସିହାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାକୁ ଘୋଷିତ ଆତଙ୍କବାଦୀ ତାଲିକାରେ ସାମିଲ କରିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)