ଅକ୍ଷର ବ୍ୟୁରୋ: ପୁରୀ ବାସେଳୀ ସାହି ଥାନା ପୋଲିସର ଏନକାଉଣ୍ଟର । ଓମକାରେଶ୍ବର ମନ୍ଦିରଠାରେ ଏନକାଉଣ୍ଟର କରିଛି ପୋଲିସ । ଗୁଳିରେ ଘାଇଲା ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନା । ଗୁଳି ବିନିମୟରେ ଚନ୍ଦନର ଡାହାଣ ପଟ ଗୋଡ଼ରେ ବାଜିଛି ଗୁଳି । ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି । ଅଭିଯୁକ୍ତ ଚନ୍ଦନ ଘର କୋଣାର୍କ ହାଟ ଦଣ୍ଡା ଅଞ୍ଚଳରେ । ଅଭିଯୁକ୍ତ ନାଁରେ ୩୦ରୁ ଅଧିକ ମାମଲା ରହିଛି । ପୁରୀର ବାସେଳିସାହି ଥାନା ପୋଲିସକୁ ଏକ ବିଶ୍ୱସନୀୟ ସୂଚନା ମିଳିଥିଲା ଯେ, ଶ୍ରୀସେତୁ ରୋଡ୍ ନିକଟରେ କିଛି ଅପରାଧୀ ଏକତ୍ରିତ ହୋଇ ଲୁଟ୍ ଯୋଜନା କରୁଛନ୍ତି ।
ସୂଚନା ପାଇବା ପରେ ବାସେଳିସାହି ଥାନାର ଏକ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲା । ପୋଲିସକୁ ଦେଖିବା ମାତ୍ରେ ସେମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଚନ୍ଦନ (ବିଷ୍ଣୁ ପ୍ରସାଦ ଜେନା) ଚଳାଉଥିବା ମୋଟର ସାଇକେଲ୍ ଭାରସାମ୍ୟ ହରାଇ ଖସିପଡ଼ିଥିଲା । ମୋଟର ସାଇକେଲରୁ ପଡ଼ିଯିବା ପରେ ଚନ୍ଦନ ପୋଲିସ ଟିମ୍ ଉପରକୁ ଗୁଳି ଚାଳନା କରିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ।












Leave a Reply