ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ ମଧ୍ୟ ପହଞ୍ଚିଲେ । ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ମହାସମାବେଶରେ ଯୋଗଦେବେ ରାହୁଲ । ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ କଂଗ୍ରେସ ଭବନ ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି । ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଟାର୍ଗେଟ୍ କରିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ନେତା ଓ କର୍ମୀମାନେ ଆଶା ରଖିଛନ୍ତି । ତେଣୁ ତାଙ୍କର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)