ଅକ୍ଷର ବ୍ୟୁରୋ: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୁବଶୀଘ୍ର ନିଯୁକ୍ତି । ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପାଇବେ ନିଯୁକ୍ତି । ଅଧ୍ୟାପକ ନିଯୁକ୍ତି ନେଇ SSB ଅଧୀନରେ ଆଶାୟୀଙ୍କ ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ୨୦୨୪ରେ SSBବିଜ୍ଞପ୍ତି ପ୍ରକାଶ କରିଥିଲା । ହେଲେ ଏଯାଏଁ ତାହା କୋର୍ଟରେ ବିଚାରାଧୀନ ଥିବାରୁ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ପ୍ରାୟ ୫ ହଜାର ଆଶାୟୀ । ଆଡଭୋକେଟ୍ ଜେନେରାଲ କୋର୍ଟରେ କେଶ ଖାରଜ ପାଇଁ ହସ୍ତକ୍ଷେପ କରିବା ପାଇଁ ମଧ୍ୟ ଆଶାୟୀ ଦାବି କରିଥିଲେ । ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି SSB ଦ୍ଵାରା ଅଧ୍ୟାପକ ନିଯୁକ୍ତ ପାଇଁ ସରକାର ବିକଳ୍ପ ଚିନ୍ତା କରୁଛନ୍ତି । ଖୁବ୍ ଶୀଘ୍ର ତାହା ପୂରଣ ହେବା ସହ ଆଗାମୀ ଦିନରେ ବିଭିନ୍ନ କଲେଜ ଏବଂ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ୧୪ ଶହ ଅଧ୍ୟାପକ ପଦବୀ ପୂରଣ କରିବାକୁ ଯାଉଛନ୍ତି ସରକାର ।
ଖୁବଶୀଘ୍ର ଉଚ୍ଚ ଶିକ୍ଷାନୁଷ୍ଠାମାନଙ୍କରେ ନିଯୁକ୍ତି; ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପାଇବେ ନିଯୁକ୍ତି ।












Leave a Reply