ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଓ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଆସିଲା ଧମକ । ସାକ୍ଷୀଗୋପାଳ, ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ସେବାୟତଙ୍କୁ ଖୋଲା ଖୋଲି ଧମକପୂର୍ଣ୍ଣ SMS ମିଳିଛି । ୫୦ ଲକ୍ଷ ଟାଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ପୁର୍ଣ୍ଣ ମେସେଜ ସହ ଫୋନ କଲ ଆସିଛି ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତ ସତ୍ୟବ୍ରତ ମହାପାତ୍ରଙ୍କୁ । ଏନେଇ ସାକ୍ଷୀଗୋପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଲଷ୍ମୀଧର ପଣ୍ଡା । ଏହି ନମ୍ବରରୁ ପୂର୍ବରୁ ପୁରୀ ମନ୍ଦିରକୁ ଉଡାଇ ଦେବା ଶହ ପୁରୀର ରାଜ ନେତାଙ୍କୁ ଵି ଧମକ ମିଳିସାରିଛି ବୋଲି ସୂଚନା ମିଳିଛି । ଏହି ବୋମା ଧମକ ପରେ ସାକ୍ଷୀଗୋପାଳ ପୋଲିସ ତତ୍ପରତା ଦେଖାଇବା ଶହ ସତର୍କ ଶହ ମନ୍ଦିରକୁ କଡା କଡା ସୁରକ୍ଷା ବ୍ୟବସ୍ଥା କରାଯିବାର ପ୍ରସ୍ତୁତି କରୁଛି ।
ସାକ୍ଷୀଗୋପାଳ ଓ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଆସିଲା ଧମକ ।












Leave a Reply