ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ; କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ ।

ଅକ୍ଷର ବ୍ୟୁରୋ: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ମତଦାନ କେନ୍ଦ୍ର ବାହାରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଏହି ଧାଡ଼ିଗୁଡ଼ିକୁ ବିଚାର କଲେ ଜଣାପଡୁଛି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭୋଟ୍ ରେକର୍ଡ ଭାଙ୍ଗିପାରେ ।ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର କିଏ ଗଠନ କରିବ ତାହା ନିର୍ଣ୍ଣୟ ହେବ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସମେତ ଛଅଟି ଜିଲ୍ଲାର ୧୪୨ ବିଧାନସଭା ଆସନ ପାଇଁ ହେଉଛି ମତଦାନ । ସକାଳ ୧୧ଟା ସୁଦ୍ଧା ୩୯.୯୭ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ଏହି ପର୍ଯ୍ୟାୟରେ ୧୪ଶହ ୪୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୨୧ ଲକ୍ଷ ଭୋଟର । ଉତ୍ତର ଓ ଦକ୍ଷିଣ କୋଲକାତା ସହ ହାୱଡ଼ା, ନର୍ଥ ଓ ସାଉଥ୍ ୨୪ ପ୍ରଗଣା, ନଦିଆ, ହୁଗଳି ଏବଂ ପୂର୍ବ ବର୍ଦ୍ଧମାନ ଭଳି ବିଧାନସଭା ସିଟରେ ମତଦାନ ହେଉଛି । ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ହିଂସା ପରେ ଆଜି ଭୋଟ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)