ଅକ୍ଷର ବ୍ୟୁରୋ: ବାରଙ୍ଗ ଥାନା ଅଧୀନ ଗୋଡିସାହି ଫାଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ । ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଗଳିତ କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳଟି ଗୋଡିସାହି ଗ୍ରାମର ପଦିଆ ନାଏକଙ୍କର ବୋଲି ଚିହ୍ନଟ ହୋଇଛି । ମୃତକଙ୍କ ବାପା ଟୁକୁନା ନାଏକ କଙ୍କାଳକୁ ଚିହ୍ନଟ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ପଦିଆ ନାଏକ ଗତ ୨୮ ତାରିଖରୁ ନିଖୋଜ ଥିଲେ । ଦୀର୍ଘଦିନ ପରେ ଏକ ପରିତ୍ୟକ୍ତ ଘରୁ ତାଙ୍କ ଗଳିତ କଙ୍କାଳ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ କଙ୍କାଳ ଉଦ୍ଧାର ପରେ ପୁଲିସ ଏହାକୁ ଚିହ୍ନଟ କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ଖୋଳତାଡ଼ ଆରମ୍ଭ କରିଛି । ପଦିଆଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସେ ନିଜେ ଜୀବନ ହାରିଥିଲେ ନା ତାଙ୍କୁ କେହି ହତ୍ୟା କରିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଗୋଡିସାହି ଫାଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ଆଗକୁ ବଢ଼ିବା ପରେ ଯୁବକଙ୍କ ମୃତ୍ୟୁ ପଛର ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।












Leave a Reply