ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷିମନ୍ତ୍ରୀ। ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ। ସେଠାରେ ସେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ। କୃଷି ଉତ୍ପାଦନ ବଢ଼ାଇବା, ଉତ୍ପାଦନ ଖର୍ଚ୍ଚ କମାଇବା ସହ ଚାଷକୁ ଲାଭଦାୟକ ବ୍ୟବସାୟ କରିବାକୁ ସରକାର ଚେଷ୍ଟା କରୁଛନ୍ତି। ଏହି ଅଭିଯାନ ମାଧ୍ୟମରେ ଚାଷ ଖେତକୁ ବୈଜ୍ଞାନିକ ଯିବେ ଏବଂ ଚାଷୀଙ୍କ ସହ ଆଲୋଚନା କରିବେ। ଚାଷ ଜମିରେ ଲ୍ୟାବ୍ ରିସର୍ଚ୍ଚ ଇମ୍ପ୍ଲିମେଣ୍ଟ୍ ହେବ। ସେହିପରି “ଏକ ପେଡ୍ ମାଆ କେ ନାମ୍ ଅଭିଯାନ” ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବ । ଆଜି ସକାଳ ୮ଟା ୩୦ ଠାରୁ ୧୦ ଟା ୩୦ ମଧ୍ୟରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗନେବେ କେନ୍ଦ୍ର କୃଷିମନ୍ତ୍ରୀ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)