ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନ; ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ ।

ଅକ୍ଷର ବ୍ୟୁରୋ: ଅହମ୍ମଦାବାଦରେ ଆୟୋଜିତ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ମୁଦ୍ରା ବନ୍ଦର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଣ୍ଟେନର ଜେଟି, ଭେରି ଲାର୍ଜ କ୍ରୁଡ୍ କ୍ୟାରିଅର୍ ଜେଟି, ତମ୍ବା ଉତ୍ପାଦନ ୟୁନିଟ୍, ସୌର ସେଲ୍ ଏବଂ ପବନ ଚଳିତ ଟର୍ବାଇନ୍ ଉପକରଣ ନିର୍ମାଣ କେନ୍ଦ୍ର ଗୁଡିକ ବୁଲି ଦେଖିଛନ୍ତି । ଏହି ଅବସରରେ ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ସମ୍ୱୋଧନ କରି ଭାରତର ପରବର୍ତ୍ତୀ ଶିଳ୍ପ ବିପ୍ଳବର ମୁଖ୍ୟ ସାରଥି ଭାବେ ଓଡ଼ିଶାକୁ ସେ ଉପସ୍ଥାପନ କରିଛନ୍ତି । ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ । ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି କହିଛନ୍ତି ମୋହନ ଚରଣ ମାଝୀ ।

ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଟୁ-କୋଷ୍ଟ ଷ୍ଟ୍ରାଟେଜି ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ସେ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି । ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଥିଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି । ସେହିପରି ୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)