ଶିମିଳିପାଳ ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନର ମାନ୍ୟତା; ସୂଚନା ଦେଲେ ଜଙ୍ଗଲ ପରିବେଶମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ।

ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର ମାନ୍ୟତା ପାଇ ନଥିଲା। ତେବେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚିଠି ନମ୍ବର ୯୫୦୦/୨୪-୪-୨୦୨୫ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି।

ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ନେଇ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଏହାର କୋର ଓ ବଫର ଅଞ୍ଚଳରେ ବହୁ ଗ୍ରାମ, ଜମିବାଡ଼ି ଆଦି ରହିଥିଲା। ସେହି ଗ୍ରାମରେ ଲୋକମାନେ ବହୁ ବର୍ଷ ଧରି ଚାଷବାସ କରି ବସବାସ କରିଆସୁଥିଲେ ଏବଂ ବହୁ ଘରୋଇ ଜମିଥିଲା। ସେହିପରି ଶିମିଳିପାଳ ଜଙ୍ଗଲ ଉପରେ ସ୍ଥାନୀୟ ବନବାସୀଙ୍କ ଅଧିକାର ଥିଲା। ସରକାରଙ୍କୁ ସେମାନଙ୍କୁ ସମସ୍ତ ପ୍ରକାରର କ୍ଷତିପୂରଣ ପ୍ରଦାନ କରିବା ସହ ଅନ୍ୟଜଙ୍ଗଲ ଅଞ୍ଚଳରୁ ବାହାର କରି ଅନ୍ୟ ଅଞ୍ଚଳରେ ଥଇଥାନ କରିଛନ୍ତି। ସେହିପରି ଲୋକଙ୍କ ସବୁ ଅଧିକାର ପୂରଣ କରାଯାଇଛି। ଏଣୁ ଏବେ ଏହି ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ ଘୋଷଣା ହୋଇଛି। ଏହା ଦ୍ୱାରା ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ଏବଂ ଏହା ଦ୍ୱାରା ଉକ୍ତ ଅଞ୍ଚଳର ବିକାଶ ହୋଇ ପାରିବା ସହ ବନ୍ୟପ୍ରାଣୀ, ଜଙ୍ଗଲ ଓ ତଥା ପରିବେଶର ସୁରକ୍ଷା ହୋଇପାରିବ ବୋଲି ମତପ୍ରକାଶ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)