କଟକରେ ସ୍ଵାଭାବିକ ହୋଇଛି ସ୍ଥିତି । ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା । ମଙ୍ଗଳବାର ସନ୍ଧ୍ୟା ୭ଟା ପରଠାରୁ ସହରରେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି । ସହରରେ ହିଂସାକୁ ଦୃଷ୍ଟିରେ ରଖି ଏହାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା । ହେଲେ ଆଜି ସକାଳୁ ସବୁକିଛି ସ୍ୱାଭାବିକ ଅବସ୍ଥାରେ ଚାଲିଛି । ସୂଚନା ଅନୁସାରେ, ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ ପଦକ୍ଷେପ ନେଇଥିଲା । ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା । କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ୍ୟାଳିସିମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନରେ ଥିବା କିଛି ଅଞ୍ଚଳ । କାଲି ସକାଳୁ କର୍ଫ୍ୟୁ ଉଚ୍ଛେଦ କରାଯାଇଥିଲା । କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଥିଲା । କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଥିଲା ।
କଟକରେ ଏବେ ସ୍ଵାଭାବିକ ହୋଇଛି ସ୍ଥିତି; କାଲି ସନ୍ଧ୍ୟା ୭ଟା ପରଠାରୁ ସହରରେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି ।












Leave a Reply