ଅକ୍ଷର ବ୍ୟୁରୋ: ବ୍ରହ୍ମପୁର ବର୍ବରତାକୁ ନେଇ ପୋଲିସର ପ୍ରତିକ୍ରିୟା । ଏନକାଉଣ୍ଟର ଘଟଣା ନେଇ ପ୍ରତିକ୍ରିୟା ରଖିଲେ ଦକ୍ଷିଣାଞ୍ଚଳ ପୋଲିସ ଆଇଜି ନୀତି ଶେଖର । କହିଛନ୍ତି ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଆଇଜି କହିଛନ୍ତି ଯେ, ମାମଲାରେ ଗତକାଲି ୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ ପାଇଁ ପୋଲିସ ଅଭିଯୁକ୍ତକୁ ସାଙ୍ଗରେ ନେଇଥିଲା ।
ଆଉ ସେହି ସମୟରେ ଜଣେ ASIଙ୍କ ଅସ୍ତ୍ର ଛଡ଼ାଇବାରୁ ଡିଫେନ୍ସ ପାଇଁ ଫାୟାରିଂ କରାଯାଇଥିଲା । ଯେଉଁଥିରେ ଅଭିଯୁକ୍ତର ଆଣ୍ଠୁ ଓ ହାତରେ ଗୁଳି ବାଜିଥିଲା । ତେବେ ଏବେବି ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ବନ୍ଧା ଯିବ ବୋଲି ଆଇଜି ସୂଚନା ଦେଇଛନ୍ତି । ଏଥିସହ ଏଭଳି ଅପରାଧ ଘଟାଉଥିବା ଅପରାଧୀଙ୍କୁ କଡା ଚେତବନୀ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ।












Leave a Reply