ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ: ଆଉ କିଛି ଦିନ ପରେ ଭକ୍ତଙ୍କୁ ମିଳିବ ନୂଆ ଅନୁଭୂତି। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ସେପ୍ଟେମ୍ବର ୩୦ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଏହାସହ ମନ୍ଦିର ପରିସରରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଛି।

ପ୍ରାଥମିକ ଭାବେ ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ କରିପାରିବେ। ମନ୍ଦିର ଖୋଲିବାର ପ୍ରଥମ ୩ ଦିନ ଭକ୍ତଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ। ଏହାପରେ ଦର୍ଶନ ପାଇଁ ପ୍ରତି ଭକ୍ତଙ୍କୁ ୧୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ତେବେ ବୟସ୍କ, ଶିଶୁ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା ରହିବ। ବିଶେଷକରି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ଫଳରେ ମନ୍ଦିର ଦର୍ଶନ ସମୟରେ ସେମାନଙ୍କୁ ଆବଶ୍ୟକ ସହଯୋଗ ମିଳିପାରିବ।

ଭକ୍ତଙ୍କ ସୁବିଧାକୁ ନଜରରେ ରଖି ମନ୍ଦିରରେ ସିକ୍ୟୁରିଟି ପ୍ରୋଟୋକଲ୍‌, ଟିକେଟ୍‌ କାଉଣ୍ଟର ଓ ପାନୀୟ ଜଳ ଯୋଗାଣ ଭଳି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ଭାବେ ପରିଚାଳନା ସହ ଭକ୍ତଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପୂର୍ବରୁ ଏହାର ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ ମନ୍ଦିର ପରିସର ପରିଦର୍ଶନ କରି ଭକ୍ତଙ୍କ ଦର୍ଶନ, ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ। ସେପ୍ଟେମ୍ବର ୩୦ରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ପରେ ନୂଆ ଦର୍ଶନ ଅନୁଭୂତି ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial