ଅକ୍ଷର ବ୍ୟୁରୋ: ପ୍ରେମ ବ୍ୟାପାରକୁ ନେଇ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁକ୍ତ ତିନି ଛାତ୍ରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫ଦିନର ସଂଘର୍ଷ ପରେ ଆଖି ବୁଜିଛନ୍ତି ଛାତ୍ରୀ । ଗତ ୨୮ ତାରିଖରେ ଗଂଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଈ ଗାଁର ଯୁକ୍ତ-୩ ଛାତ୍ରୀ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଶରୀରର ବେକ ଓ ମୁହଁ ଭାଗର ୬୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା ।
ଅଭିଯୋଗ ଅନୁସାରେ, ଗଞ୍ଜାମ ଭେଟନଇ ଗ୍ରାମର ରମାକାନ୍ତ ରଣାଙ୍କ ଏକମାତ୍ର ଝିଅ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଯୁକ୍ତତିନିରେ ପାଠ ପଢ଼ନ୍ତି । ୩ବର୍ଷ ତଳେ କୋଦଳା ଥାନା ଅନ୍ତର୍ଗତ ଶାଳବଣ ଗ୍ରାମର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଛାତ୍ରୀ ଜଣକ ଯେତେବେଳେ ଯୁବକଙ୍କୁ ବିବାହ କରିବାକୁ କହିଥିଲେ, ସେ ମାନିନଥିଲେ। ଆଉ ଯୁବକ ଜଣକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ବ୍ଲାକମେଲିଂ କରିଥିଲେ । ଯାହା ପରେ ରୋଷେଇ ଘରେ ଥିବା କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅନ୍ୟପଟେ ପୁଲିସ ଯୁବକକୁ ଗିରଫ କରି କୋର୍ଟ ପଠାଇ ଅଧିକ ତଦନ୍ତ କରୁଛି ।















Leave a Reply