ଆଜି ପଞ୍ଚାୟତିରାଜ ଦିବସ ଅବସରରେ ପୁରୀରେ ମିଳିବ ସୁଭଦ୍ରା ଷଷ୍ଠ ପର୍ଯ୍ୟାୟ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ଜାରି କରାଯାଇଥିଲା। ଷଷ୍ଠ ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର ଯୋଗ୍ୟ ହିତାଧିକାରୀ ମହିଳା ପାଇବେ ସୁଭଦ୍ରା ଟଙ୍କା। ଏହା ସହିତ ୨ଟି କିସ୍ତିର ଅର୍ଥାତ୍ ୧୦ହଜାର ଟଙ୍କା ଏକା ସାଙ୍ଗରେ ମିଳିବ। ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ମହିଳା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। ତେବେ ଏବେ ଆବେଦନ ପ୍ରକ୍ରିୟା ବନ୍ଦ ଥିବା ବେଳେ ତୃତୀୟ କିସ୍ତି ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। ବାଦ୍ ପଡିଥିବା ଏବଂ ଦ୍ୱିତୀୟ କିସ୍ତି ପାଇନଥିବା ମହିଳାଙ୍କ ଅଭିଯୋଗର ବିଚାର ପରେ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ କରିବେ ସରକାର।
ପୁରୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରିବେ। ଆଜି ପଞ୍ଚାୟତିରାଜ ଦିବସରେ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଆସିବା ନେଇ ସୂଚନା ରହିଛି।












Leave a Reply