ପାକିସ୍ତାନର ସବୁ ମିସାଇଲ୍‌ ଧ୍ୱଂସ କରିଛି ସୁଦର୍ଶନ ଚକ୍ର; ଏବେ ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ !

ପାକିସ୍ତାନର ସବୁ ମିସାଇଲ୍‌ କୁ ଧ୍ୱଂସ କରିଛି ସୁଦର୍ଶନ ଚକ୍ର। ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ । ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ କରିଛି ପାକିସ୍ତାନ । ଉତ୍ତର ଓ ପଶ୍ଚିମ ପ୍ରାନ୍ତରର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର , କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ, ନଲ୍‌, ଫଲୋଦି, ଉତ୍ତରଲାଇ ଓ ଭୁଜକୁ ଟାର୍ଗେଟ୍‌ କରିଛି ପାକିସ୍ତାନ । ଡ୍ରୋନ ଓ ମିଜାଇଲ୍‌ ଜରିଆରେ ଟାର୍ଗେଟ୍‌ କରିଛି ପାକିସ୍ତାନ ।

ପାକିସ୍ତାନକୁ ଭାରତୀୟ ସେନା କଡ଼ା ଜବାବ ଦେଇଛି । ବାୟୁସେନା ପକ୍ଷରୁ S-400 ସୁଦର୍ଶନ ଚକ୍ର ଏୟାର ମିସାଇଲ ଜବାବ ଦେଇଛି । ପାକିସ୍ତାନର ସବୁ ଡ୍ରୋନ୍‌ ଓ ମିସାଇଲ୍ କୁ ଧ୍ୱଂସ କରିଛି ସୁଦର୍ଶନ ଚକ୍ର । ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏପଟେ ପାକିସ୍ତାନ ସେନାବାହିନୀକୁ ଶକ୍ତ ଝଟ୍‌କା ଲାଗିଛି। ଲାହୋରରେ ଏୟାର ଡିଫେନ୍ସ ମିସାଇଲ ଲଞ୍ଚର ଧ୍ୱଂସ ହୋଇଯାଇଛି। HQ-9 ଏୟାର ଡିଫେନ୍ସ ମିସାଇଲ ଲଞ୍ଚର ଜଳିଗଲା । ତେବେ ସବୁଠାରୁ ବଡ଼ କଥା ହେଉଛି ‘ଅପରେସନ୍‌ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ସଫା ହୋଇଯାଇଛି । ଭାରତୀୟ ସେନାର ମିସାଇଲ୍‌ ମାଡ଼ରେ ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ଦିଆଯାଇଛି। କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ଥିଲା ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial