ଅକ୍ଷର ବ୍ୟୁରୋ: ଶିମିଳିପାଳରେ ଖସିଲା ପାରଦ । ଆଜି ସକାଳେ ଶିମିଳିପାଳରେ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ଗତକାଲି ୨ ଡିଗ୍ରି ରହିଥିଲା ପାରଦ । ରାଜ୍ୟରେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି । ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ । ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ଟପିଥିଲା ୩୩ଡିଗ୍ରି । ଝାରସୁଗୁଡ଼ାରେ ତାପମାତ୍ରା ୩୩.୭ ଡିଗ୍ରି, ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୨.୩ ରହିଥିଲା ତାପମାତ୍ରା ।
ଶିମିଳିପାଳରେ ଖସିଲା ପାରଦ; ସକାଳ ତାପମାତ୍ରା ୧ ଡିଗ୍ରି ରେକର୍ଡ ।












Leave a Reply