ଅକ୍ଷର ବ୍ୟୁରୋ: ଅନୁଗୁଳ ପାଲଲହଡ଼ା ଥାନା ଅନ୍ତର୍ଗତ ରେଙ୍ଗାଳି ଥାନା ଚେକଗେଟ୍ ରାସ୍ତା କଡ଼ରେ ଥିବା ଏକ ଗଛରେ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ରାସ୍ତାକଡ଼ ଗଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଯୁବତୀଙ୍କୁ କେହି ମାରି ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ କ୍ରୋଧର ପରିବେଶ ସୃଷ୍ଟି ହୋଇଛି ।
ଅନୁଗୁଳ ପାଲଲହଡ଼ା ଥାନା ଅନ୍ତର୍ଗତ ରାସ୍ତାକଡ଼ ଗଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।












Leave a Reply