ରଥଖଳାରେ ଆଗେଇ ଚାଲିଛି ରଥକାମ; ଶେଷ ହୋଇଛି ତିନିରଥର ମୁଖ ସାଲ କାର୍ଯ୍ୟ ।

ଅକ୍ଷର ବ୍ୟୁରୋ: ରଥଖଳାରେ ଆଗେଇ ଚାଲିଛି ରଥକାମ । ତିନିରଥର ପାଞ୍ଚଦଣ୍ଡାର ନିର୍ମାଣ କାର୍ଯ୍ୟ ତଥା ମୁଖ ସାଲ ଶେଷ ହୋଇ ପାର୍ଶ୍ୱ ଦଣ୍ଡା ଗୁଡ଼ିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ତିନିରଥର ଚେଚିସ ବା ଦଣ୍ଡା ଫ୍ରେମ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ ପରେ ଆଗ ଆଣି ମୁହଁଟରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ଆଣି ମୁହାଁଟରେ ତିନିଗୋଟି ଜଳଯନ୍ତ୍ର ଏବଂ ଦୁଇପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣ ଗୁଜ ଉଠି ସେହି ଗୁଜ ଉପରେ ନିରାଡି ସଂଯୋଗ ହୋଇଅଛି । ବାକି ରହିଛି ପାଞ୍ଚ ଦଣ୍ଡାର ଦୁଇ ପଟରେ କୁଡିକା ସଂଯୋଗ ହୋଇ ପାର୍ଶ୍ୱ ଦଣ୍ଡାସଂଯୋଗ କାର୍ଯ୍ୟ । ଏବଂ ଆରମ୍ଭ ହେଲା ପୋଲ ଗୟଳର ଚଉପଟ କାର୍ଯ୍ୟ । କରତୀ ସେବକ ମାନେ ଚିରଟ କରିଯୋଗାଇ ଦେଇଥିବା ୪୦ ଫୁଟିଆ ପୋଲ ଗୟଳର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି ନନ୍ଦିଘୋଷ ରଥ ଏବଂ ତାଳ ଧ୍ଵଜ ରଥ ମହାରଣା ସେବକମାନେ ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)