ଚଣ୍ଡିଖୋଲରେ ନିର୍ମାଣ ହେବ ଦେଶର ବିଶାଳ ତୈଳ ଭଣ୍ଡାର; ୟୁଏଇର ରାଷ୍ଟ୍ରପତିଙ୍କ ସହ ବୁଝାମଣା ସ୍ୱାକ୍ଷରିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅକ୍ଷର ବ୍ୟୁରୋ: ଦେଶର ଶକ୍ତି ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଚଣ୍ଡିଖୋଲରେ ନିର୍ମାଣ ହେବ ଦେଶର ବିଶାଳ ତୈଳ ଭଣ୍ଡାର ।ଏକ ବିଶାଳ ଭୂତଳ ଅଶୋଧିତ ତେଲ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ପୂର୍ବରୁ ଯୋଜନା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଗସ୍ତ ସମୟରେ ଏଥିପାଇଁ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନଙ୍କ ସହ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ।

ଏଠାରେ ପ୍ରାୟ ୪୦ ଲକ୍ଷ ମେଟ୍ରିକ ଟନ୍ ଅଶୋଧିତ ତେଲ ସଂରକ୍ଷଣ କରାଯାଇପାରିବ । ପ୍ରାୟ ୮,୭୪୩ କୋଟି ଟଙ୍କା ବ୍ୟୟରେ ନିର୍ମଣ କରାଯିବ ଏହି ପ୍ରକଳ୍ପ । ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ଏବଂ ଆବୁଧାବି ନ୍ୟାସନାଲ୍ ଅଏଲ୍ କମ୍ପାନୀ ମଧ୍ୟରେ ଏହି ବୁଖାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୨୦୧୮ରେ କେନ୍ଦ୍ର କ୍ୟାବିନେଟ ଏହି ପ୍ରକଳ୍ପରେ ମୋହର ମାରିଥିଲା । ତେବେ କମି ଅଧିଗ୍ରହଣ କାରଣରୁ ଏହା ବିଳମ୍ବ ହୋଇଥିଲା । ଏଇ ପ୍ରକଳ୍ପ ହେଲେ ଯୁଦ୍ଧ କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଏହା ଦେଶର ତେଲ ଚାହିଦା ପୂରଣ କରିପାରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)