ଅକ୍ଷର ବ୍ୟୁରୋ: ରାଜଧାନୀରେ କାଠ ମିସ୍ତ୍ରୀକୁ ଗୋଡେଇ ଗୋଡେଇ ହାଣିଲେ ଦୃର୍ବୃତ୍ତ । ଆକ୍ରମଣର ଶିକାର ହେଲେ ସଞ୍ଜୟ ମହାରଣା ନାମକ ବ୍ୟକ୍ତି । ଖବର ପାଇଁ ପିସିଆର ପହଞ୍ଚି ଅହତଙ୍କୁ ଉଦ୍ଧାର କରି କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସଞ୍ଜୟଙ୍କ ପିଠି ଓ ହାତ ଖଣ୍ଡାରେ ଆକ୍ରମଣ ପରେ ଗଭୀର ଆଘାତ ଲାଗିଛି । ଗତକାଲି ସଞ୍ଜୟ ପଟିଆରୁ ଫେରୁଥିବା ବେଳେ ବାଟରେ ପଟିଆ ଷ୍ଟେସନ ପରେ ତିନି ଜଣ ବାଇକରେ ଆସି ଅଟକାଇଥିଲେ । ଟଙ୍କା ଓ ମୋବାଇଲ ମାଗିଥିଲେ । ସଂଜୟ ନ ଦେବାରୁ ଦୁଇଟି ମୋବାଇଲ ସହ ପର୍ସରୁ ଛଡ଼ାଇ ନେଲେ ୬୧୦ଟଙ୍କା । ସଂଜୟ ଯୁକ୍ତିତର୍କ କଲାରୁ ଖଣ୍ଡାରେ ହାଣିଲେ ଓ ଗାଡ଼ିର ଚାବି ଛଡାଇ ଛୁ ମାରିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ରାଜଧାନୀରେ ଦୃର୍ବୁତ୍ତଙ୍କ ଆତଙ୍କରାଜ; ଲୁଟ୍ ପାଇଁ କାଠ ମିସ୍ତ୍ରୀକୁ ଗୋଡେଇ ଗୋଡେଇ ହାଣିଲେ ଦୃର୍ବୃତ୍ତ ।












Leave a Reply