୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାନ କଲେ ଅର୍ଥମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ବଜେଟ୍‌ ଉପସ୍ଥାନ କରୁଛନ୍ତି ଅର୍ଥମନ୍ତ୍ରୀ । ବିରଳ ମୂର୍ତ୍ତିକା କରିଡ଼ର ନେଇ ବଜେଟ୍ ରେ ଘୋଷଣା । କେରଳ, ଓଡ଼ିଶା, ଆନ୍ଧ୍ର ଦେଇ ବିରଳ ମୃତ୍ତିକା କରିଡ଼ର । ଓଡ଼ିଶା ସମତେ ୪ଟି ରାଜ୍ୟ (କେରଳ, ତାମିଲନାଡୁ, ଛତିଶଗଡ଼ ଓ ଝାଡ଼ଖଣ୍ଡ )ରେ ହେବ ଖଣିଜ କରିଡ଼ର । ଭାରତକୁ ବାୟୋଫାର୍ମା ହବ୍ କରିବାକୁ ହେବ ଯୋଜନା । ଜୈବ ଔଷଧ କ୍ଷେତ୍ର ପାଇଁ ଏକ ପ୍ରମୁଖ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି, “ଭାରତକୁ ଏକ ବିଶ୍ୱ ଜୈବ ଔଷଧ ଉତ୍ପାଦନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ, ମୁଁ ‘ଜୈବ ଔଷଧ ଶକ୍ତି’ ଯୋଜନାର ପ୍ରସ୍ତାବ ଦେଉଛି । ଏହା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦,୦୦୦ କୋଟିର ବ୍ୟବସ୍ଥା ପ୍ରଦାନ କରିବ । ଏହା ଜୈବ ବିଜ୍ଞାନ ଏବଂ ବାୟୋସିମିଲରର ଘରୋଇ ଉତ୍ପାଦନ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିବ ।”

ବଜେଟରେ ଦିଲ୍ଲୀ-ବାରଣାସୀ କରିଡର ସମେତ ସାତଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା କରାଯାଇଛି । ବାରଣାସୀ ଏବଂ ପାଟନାରେ ଜାହାଜ ମରାମତି ସୁବିଧା ପ୍ରତିଷ୍ଠା କରାଯିବ । ଦିଲ୍ଲୀ-ବାରାଣସୀ ଏବଂ ବାରାଣସୀ-ସିଲିଗୁଡ଼ିରେ ମଧ୍ୟ ହାଇ-ସ୍ପିଡ୍ ରେଳ କରିଡର ନିର୍ମାଣ କରାଯିବ । ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଟି ଶିଳ୍ପ କ୍ଷେତ୍ରରେ କାର୍ବନ କ୍ୟାପଚର ପାଇଁ ୨୦,୦୦୦ କୋଟି ପ୍ରସ୍ତାବ ଦିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ଘୋଷଣା କରିଛନ୍ତି ଯେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ଖର୍ଚ୍ଚ ୧୨.୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)