ବର୍ଷା ସହ ଝଡତୋଫାନ ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସହ ଝଡତୋଫାନ ହୋଇଛି । ଦୁଇ ଦିନ ପାଇଁ ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୮ ଜିଲ୍ଲାକୁ ସତକର୍ତା ଜାରି ହୋଇଛି । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଏହାର ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସ‌ହ ୩୦ରୁ ୪୦ କିମି ବେଗରେ ପବନ ବ‌ହିବାର ସମ୍ଭାବନା ରହିଛି ।

ସେପଟେ ଲଘୁଚାପ ପ୍ରଭାବରେ କୋରାପୁଟ, ସୁବର୍ଣ୍ଣପୁର, ବରଗଡ଼ରେ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରୁ ଘଡଘଡି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର । ଜିଲ୍ଲାର ପଟାଙ୍ଗି, ସିମିଳିଗୁଡା, ନନ୍ଦପୁର ଆଦି ଅଞ୍ଚଳରେ ବର୍ଷା ଦେଖିବାକୁ ମିଳିଛି। ଅଦିନିଆ ବର୍ଷା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ମଧ୍ୟ କୁଆଁପଥର ମାଡ ସହ ବର୍ଷା ହୋଇଛି । ସନ୍ଧ୍ୟା ସମୟରେ ବିନିକା ସିଂହୀଯୁବା, ବାଗଡିଆ ଅଂଚଳରେ ବର୍ଷା ସହ କୁଆପଥର ମାଡ ଦେଖିବାକୁ ମିଳିଛି ।

ବର୍ଷା ଓ ପବନ ଯୋଗୁଁ ଲୋକଙ୍କ ଚାଲଛପର ଉଡିଯାଇଛି ପବନ ମାଡ଼ରେ ଗଛ ଉପୁଡି ପଡ଼ିଛି । କୁଆପଥର ମାଡ଼ରେ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି ପନିପରିବା । ବର୍ଷା ପାଣି ଲୋକଙ୍କ ଘରେ ଘରେ ପଶିଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଠାତ୍‌ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଛି । ଜିଲ୍ଲାର ଅତାବିରା, ବରପାଲି, ବିଜେପୁର ଓ ବରଗଡ଼ ବ୍ଲକ୍‌ ଅନ୍ତର୍ଗତ ଅନେକ ଗାଁ କୁଆପଥର ସହ ବର୍ଷା ହୋଇଛି । କୁଆପଥର ମାଡ଼ ଯୋଗୁଁ ଧାନ, ପନିପରିବା ଓ ରବି ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଘର ଚାଳ, ସୋଲାର ପ୍ୟାନେଲ୍ ଓ ଯାନବାହାନରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)