ଓଡ଼ିଶା ରାଜନୀତିରେ ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ ।

ଅକ୍ଷର ବ୍ୟୁରୋ: ଓଡ଼ିଶା ରାଜନୀତିରେ ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ । ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଜମିଛି ଶହ ଶହ ସମର୍ଥକଙ୍କ ଭିଡ଼ । ଗତ ମାସେ ଧରି ରାଜ୍ୟର ୧୫ଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ସମର୍ଥନ ଜୁଟାଇଥିଲା ଓଡ଼ିଶା ଜନତା କଂଗ୍ରେସ । ମହମ୍ମଦ ମୋକିମ କହିଛନ୍ତି, ଓଡ଼ିଆଙ୍କ ହକ ପାଇଁ ଲଢିବ ଓଡ଼ିଆ ଜନତା କଂଗ୍ରେସ । ବିଶେଷ କରି ଓଡ଼ିଶାର ଯୁବପିଢ଼ିଙ୍କୁ ନେଇ ଦଳ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ପୁରୁଣା ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି ମୋକିମ । ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି । ମୋ ବିଚାରଧାରାକୁ ନେଇ କଂଗ୍ରେସ ଗଣ୍ଡି ଭିତରେ କାମ କରିପାରିଲି ନାହିଁ । ଏହାଛଡା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ମୋକିମ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)